ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସରେ ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ଆଠଟି ଦେଶର ଦଳ ଅଂଶଗ୍ରହଣ କରିବେ।
ଓଡ଼ିଶା ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକିର ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟ ସରକାର ଜାତୀୟ ହକି ଦଳକୁ ପୃଷ୍ଠପୋଷକତା ଯୋଗାଇ ଆସୁଛନ୍ତି।
ଟିକଟ ବିକ୍ରି ଅନଲାଇନରେ ଆରମ୍ଭ ହୋଇଛି ଏବଂ ପ୍ରଥମ ଦିନରେ ହିଁ ବହୁ ଟିକଟ ବିକ୍ରି ହୋଇଯାଇଛି।

